ଭୁବନେଶ୍ୱର: ଉତ୍କଳ ମଣ୍ଡପରେ ପାଳିତ ହୋଇଛି ମୟୂରଭଞ୍ଜ ଉତ୍ସବ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୟୂରଭଞ୍ଜ ଜିଲ୍ଲାର ସମୃଦ୍ଧ ଇତିହାସ ଐତିହ୍ୟ ବେଶ୍ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୟୂରଭଞ୍ଜରେ ଛଉ ଏକାଡେମୀ ଓ କଲ୍ଚରାଲ ରିସର୍ଚ୍ଚସେଣ୍ଟର ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ।
ଏହା ସହ ବାରିପଦାରେ ବୁଢ଼ାବଳଙ୍ଗ ରିଭର୍ ଫ୍ରଣ୍ଟ କରାଯିବ। ଏଥିପାଇଁ ୬୦ କୋଟି ଟଙ୍କାର ଅର୍ଥରାଶି ଯୋଗାଇ ଦିଆଯିବ ବୋଲି ଏହି ଅବସରରରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଶିମିଳିପାଳ କଳା ବାଘ, ସ୍ଵତନ୍ତ୍ର। ମୟୂରଭଂଜ ପ୍ରାକୃତିକ ସୋନ୍ଦର୍ଯ୍ୟ ଓ ବେଶ ପ୍ରଶଂସା କରିଥିଲେ। ଆଦିବାସୀଙ୍କ ପ୍ରାକୃତିକ ଆବାସସ୍ଥଳୀ। ୫୩ ପ୍ରକାର ଜନଜାତି ମୟୂରଭଞ୍ଜରେ ବସବାସ କରିଥାନ୍ତି। ଓଡ଼ିଆ ଚଳଚ୍ଚିତ୍ରରେ ମୟୂରଭଞ୍ଜ ଦବଦବା ରହିଥିଲା। ମୁଁ ମୟୂରଭଞ୍ଜ ଜିଲ୍ଲାର ଜ୍ୱାଇଁ। ମୁଁ ମୟୂରଭଞ୍ଜ ଜିଲ୍ଲାରେ ବିବାହ କରିଥିବାରୁ ଗର୍ବିତ ବୋଲି କହିଥିଲେ।
ଏହି ଉତ୍ସବରେ ମୟୁରଭଂଜର ଛଉ, ଝୁମର ନୃତ୍ୟ, ସହ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। ବାରିପଦା ମାଂସ ମୁଢୀ ସାଙ୍ଗକୁ ସୁସ୍ବାଦୁ ବ୍ୟଞ୍ଜନ ଓ ରଙ୍ଗାରଙ୍ଗ ମନୋରଂଜନର ଭରପୁର ମଜା ଊଠାଇଥିଲେ ରାଜଧାନୀବାସୀ। ଏହି ଅବସରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସାମିଲ ହୋଇଥିଲୋ।